ଘଟଣା ଓ ଦୁର୍ଘଟଣା

କ୍ରିକେଟ ଖେଳରେ କ୍ୟାଚ ଧରିବାକୁ ଯାଇ ଖେଳାଳି ଗୁରୁତର

By Biswaranjan Pattnaik

February 17, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଖେଳପଡିଆରେ ଗୁରୁବାର ଅପରାହ୍ନରେ କ୍ରିକେଟ ଖେଳ ଚାଲିଥିବା ବେଳେ କ୍ୟାଚ ଧରିବାକୁ‌ ଯାଇ ଜଣେ ଖେଳାଳି ଗୁରୁତର ଆହତ ହୋଇଛି। ସୂଚନା ମୁତାବକ, ଡ୍ରିମ୍ କ୍ଳବ୍ ଆନୁକୁଲ୍ୟରେ ଚାଲୁଥିବା ୧୫ ଓଭର ବିଶିଷ୍ଟ କ୍ରିକେଟ ଖେଳରେ କୁମଣ୍ଡ ଓ କାଣ୍ଡସର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। କାଣ୍ଡସର ପ୍ରଥମେ ବ୍ୟାଟିଙ୍ଗ କରି ୯ ଓଭରରେ ୯ ୱିକେଟ ହରାଇ ୫୦ ରନ କରି ଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଏକ ଉଚ୍ଚ କ୍ୟାଚ ଧରିବାକୁ ଯାଇ ରିପୁନ ଗୋଚ୍ଛାୟତ ଓ ମାନସ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ରିପୁନ୍ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଜାଇଛି। ତାଙ୍କ ଅବସ୍ଥା ଗରୁତର ରହିଛି। ତେବେ ରିପୁନ୍ ଖେଳର ମୁଖ୍ୟ ଆକର୍ଷଣ ଥିଲେ। ସେ ଗୋଟିଏ ଓଭର ରେ ପାଞ୍ଚଟି ୱିକେଟ ନେଇଥିଲେ।ଏହି ଦୁର୍ଘଟଣା ପରେ ମ୍ୟାଚ୍ ବାତିଲ ହୋଇଯାଇଥିଲା ।