ଅନୁଗୁଳ: ଆସନ୍ତା ଜୁଲାଇ ୧୫ରୁ ରାଜ୍ୟରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଣୁ ଏଥିପାଇଁ ଅନୁଗୁଳ ଦଳର ଚୟନ କରାଯିବ। ତେଣୁ ଆସନ୍ତା ୧୭ ତାରିଖ ଦିନ ପିଟିସି ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ସଂସଦ ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ଉପଖଣ୍ଡ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଆଗ୍ରହୀ ଖେଳାଳି ମାନେ ସବିଶେଷ ବିବରଣୀ ପାଇଁ ଅନୁଗୁଳ ଜିଲ୍ଲା କ୍ରୀଡା ଅଧିକାରୀ କିମ୍ବା ସମ୍ପାଦକ ଜିଲ୍ଲା କ୍ରୀଡା ସଂସଦ ଡ଼ା ଗୌର ଗୋବିନ୍ଦ ସାମନ୍ତଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ।