ମୁଖ୍ୟ ଖବର

ପ୍ଲଟିଂ ବ୍ୟବସାୟୀଙ୍କୁ ଆକ୍ରମଣ ଓ ଅପହରଣ ମାମଲା: ଗିରଫ ହେଲା  ଆଉ ଜଣେ ଅଭିଯୁକ୍ତ

By Angul TV Bureau

April 09, 2026

ଅନୁଗୁଳ: ହୁଲୁରିସିଂହାର ପ୍ଲଟିଂ ବ୍ୟବସାୟୀ ପ୍ରଭାତ କୁମାର ପ୍ରଧାନଙ୍କୁ ଆକ୍ରମଣ ଓ ଅପହରଣ ମାମଲାରେ ଟାଉନ୍ ଥାନା ପୋଲିସ୍ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୁନାଲ୍ ଓରଫ୍ ରଜନୀକାନ୍ତ ନାଏକ(୩୭)। ତାଙ୍କ ଘର ତୁରଙ୍ଗ ଗ୍ରାମରେ। ଏଥିସହ ଏହି ମାମଲାରେ ଅଭିଯୁକ୍ତ ସଂଖ୍ୟା ୪ରେ ପହଞ୍ଚିଛି।

ପୋଲିସ୍ ସୂଚନା ମୁତାବକ, ଗତ ଜାନୁଆରୀ ୧୫ ତାରିଖ ମଧ୍ୟାହ୍ନରେ ପ୍ଳଟିଂ ବ୍ୟବସାୟୀ ପ୍ରଭାତ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଅଫିସ୍‌କୁ ଆସିଥିଲେ। ସେଠାରେ ଅନ୍ୟତମ ପ୍ଲଟିଂ ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦଙ୍କ ସହିତ ଟଙ୍କା ନେଣଦେଣକୁ ନେଇ ଉଚ୍ଚବାଚ୍ଚ ହୋଇଥିଲା। ଅଭିଯୁକ୍ତ ପ୍ରଦ୍ୟୁମ୍ନ ଓ ତାଙ୍କର ୪ରୁ ୫ ଜଣ ସହ‌ଯୋଗୀ ପ୍ରଭାତକୁ ଆକ୍ରମଣ କରିବା ସହିତ ଅପହରଣ କରିନେଇଥିଲେ। ଏନେଇ ପ୍ରଭାତଙ୍କ ସ୍ତ୍ରୀ ଗଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଫେରାର୍ ଅଭିଯୁକ୍ତ ରଜନୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।