ମୁଖ୍ୟ ଖବର

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

By Angul TV Bureau

October 17, 2025

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ମାସ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ ଆଜି ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା।

ସେ କହିଛନ୍ତି ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଟ୍ କାର୍ଡ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ। ସେହିପରି ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା। ତେଣୁ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ମୋଟ୍ ୧୩୪୯ ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା କରାଯିବ।

ଏନେଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ ତାରିଖ ଘୋଷଣା କରିଛି ସିଏଚଏସଇ। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ଭିତରେ ଫର୍ମ ଭରିବେ। ସେହିପରି ଭାବରେ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅକ୍ଟୋବର ୨୫ ତାରିଖ ଭିତରେ ଫର୍ମ ଭରିବେ ।