ଅନ୍ୟାନ୍ୟ

+୨ ବିଜ୍ଞାନ ପରୀକ୍ଷାରେ “ବାଣୀରୂପା”ର ବିଶେଷ ସଫଳତା

By Biswaranjan Pattnaik

May 31, 2025

ଅନୁଗୁଳ: ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅମଲାପଡ଼ା ବାଣୀରୂପା ଷ୍ଟଡି ସେଣ୍ଟର୍ ର ଛାତ୍ର ଛାତ୍ରୀ ବିଶେଷ ସଫଳତା ହାସଲ କରିଛନ୍ତି। ସେଣ୍ଟରର ଛାତ୍ର ଅମ୍ଳାନ ଆଶୁତୋଷ ସାହୁ ୫୩୬ ନମ୍ବର ରଖି ସେଣ୍ଟର୍ ଟପର ହୋଇଛନ୍ତି।ସେହିପରି ବଟିଷ୍ଟ ସାହୁ ୫୨୭ ନମ୍ବର ରଖି ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ଦିବ୍ୟ ରଞ୍ଜନ ସାହୁ, ଅମର ବେହେରା ଓ ଶୁଭମ୍ ମୁଦୁଲି ପ୍ରତ୍ୟେକ ୫୦୦ ନମ୍ବର ରଖିଛନ୍ତି।

ସେଣ୍ଟରର ୩୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୧୮ ଜଣ,ଦ୍ଵିତୀୟ ଶ୍ରେଣୀରେ ୧୨ ଜଣ ଓ ତୃତୀୟ ଶ୍ରେଣୀରେ ଜଣେ ପାସ କରିଥିବା ସେଣ୍ଟର୍ ପରିଚାଳକ ଶକ୍ତି ପ୍ରସାଦପଟ୍ଟନାୟକ ପ୍ରକାଶ କରିଛନ୍ତି। ବାଣୀରୂପା ଷ୍ଟଡି ସେଣ୍ଟର୍ ର ଏହି ସଫଳତାରେ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଛନ୍ତି। କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ବାଣୀରୂପା ଷ୍ଟଡି ସେଣ୍ଟର୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।