ମୁଖ୍ୟ ଖବର

ଅନୁଗୁଳରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସଫଳତା: ବିଜ୍ଞାନରେ ୮୬.୩୩% ଓ ବାଣିଜ୍ୟରେ ୭୩.୯୧ ପ୍ରତିଶତ ପାସ୍ ହାର

By Angul TV Bureau

May 31, 2023

ଅନୁଗୁଳ: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏଥିରେ ଅନୁଗୁଳ ଜିଲ୍ଲାରେ ବିଜ୍ଞାନରେ ୮୬.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିଲା ବେଳେ ବାଣିଜ୍ୟରେ ପାସହାର ରହିଛି ୭୩.୯୧ ପ୍ରତିଶତ। ଅନୁଗୁଳ ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୨୯୭୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୨୯୫୭ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ୨୫୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୧୧୭୮ ଜଣ ପ୍ରଥମ ଶ୍ରେଣୀରେ, ୮୫୨ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୫୧୯ ଜଣ ତୃତୀୟ ଶ୍ରେଣୀ ହାସଲ କରିଛନ୍ତି।

ସେହିପରି ବାଣିଜ୍ୟରେ ୪୨୩ ଜଣ ଫର୍ମ ପୂରଣ କରିଥିବା ବେଳେ ୪୧୪ ଜଣ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ଭିତରୁ ୩୦୬ ଜଣ ପାସ୍ କରିଥିବା ବେଳେ ୭୫ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୬୩ ଜଣ ତୃତୀୟ ଶ୍ରେଣୀ ପାଇଛନ୍ତି ।

ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୯୦.୩୮% ରହିଛି। ଏଠାରେ ୩୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୨୮୨ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୮୩ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୭୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍ବାତୀ ସାଗରିକା ଆଚାର୍ଯ୍ୟ ଯୁକ୍ତ ୨ ବିଜ୍ଞାନରେ ୯୫,୧୬ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି। ସେ ସର୍ବାଧିକ ୫୭୧ ନମ୍ବର ରଖିଥିବା ବେଳେ ମନୀଷ କୁମାର ୫୬୦ ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ରାମ ନାରାୟଣ ମହାପାତ୍ର ୫୪୧ ନମ୍ବର ରଖିଛନ୍ତି।

ସେହିପରି ବାଣିଜ୍ୟରେ ୨୧୫ ଜଣ ପରୀକ୍ଷା ଦେଇଥିଲା ବେଳେ ୧୨୨ ଜଣ ପାସ୍ କରିଛନ୍ତି। ୫୦ ଜଣ ପ୍ରଥମ ଶ୍ରେଣୀରେ ଓ ୯୨୮ ଜଣ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।