ଅନୁଗୋଳ: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ଶାସନର ସ୍ମୃତିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମାସ ବ୍ୟାପୀ ୧୩ ଟି କାର୍ଯ୍ୟକ୍ରମ କରାଯିବ। ଏଥିନେଇ ଦଳୀୟ ପାର୍ଟି ଅଫିସରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଥିଲେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ।
ଏହି ସମାରୋହ ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟ ମଧ୍ୟରେ ଦଳ ପକ୍ଷରୁ ରକ୍ତ ଦାନ ଶିବିର,ଦୀପ ପ୍ରଜ୍ୱଳନ ମାଧ୍ୟମରେ ମୋଦିଙ୍କୁ ଆଶୀର୍ବାଦ ପ୍ରଦାନ ତଥା ଦୀର୍ଘାୟୁ କାମନା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଡିବେଟ୍ ଆଦି ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଭାରତ ବିକାଶର ଚିତ୍ର, ଅଙ୍ଗନବାଡି ଦିଦିଙ୍କୁ ସମ୍ବର୍ଦ୍ଧନା,ସେବା ଜ୍ୟୋତି ଯାତ୍ରା, ପ୍ରଦର୍ଶନୀ ଆଦି ଆୟୋଜିତ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଭାତ ପ୍ରଧାନ ଏବଂ ମିଡିଆ ସେଲ୍ ମୁଖ୍ୟ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।