କ୍ରୀଡ଼ା

ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

By Angul TV Bureau

May 08, 2023

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଟିପିସି ସାଧାରଣ ପରିଚାଳକ ଅଶୋକ ସେହଗଲ ଯୋଗ ଦେଇ ଶିକ୍ଷାର ସାମଗ୍ରୀକ ବିକାଶରେ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି।

ଏ ଅବସରରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ଡଃ ମୃଦୁଳା ଟି ପ୍ରଧାନ କହିଥିଲେ ଯେ, ଏହି ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ନିଜକୁ ଜଣେ ଜଣେ କୁଶଳୀ ଇଞ୍ଜିନିୟରଭାବେ ପ୍ରତିପାଦନ କରି ନିଯୁକ୍ତି ସୁଯୋଗ ସୃଷ୍ଟିକରି ଦେଶର ବିକାଶରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର ମୁଖବନ୍ଧ ‘ମାଇଣ୍ଡ ମିରାର୍ଜ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିବା ସହ ସଙ୍ଗୀତ, ନାଚ, ଗୀତ, ଖେଳକୁଦ ଶିକ୍ଷାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥଲା।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ସସ୍ମିତା ପଣ୍ଡା, ଅଧ୍ୟକ୍ଷ ତୁଷାରକାନ୍ତ ସାହୁ, ଅଧ୍ୟାପକ ଇଂ ସୂର୍ଯ୍ୟପ୍ରକାଶ ସିଠ ସହଯୋଗ କରିଥିଲେ।