ଅନୁଗୋଳ: ସାରସ୍ୱତ ସାହିତ୍ୟ ସଂସଦ,ଛେଣ୍ଡିପଦା ପକ୍ଷରୁଫ ଗତକାଲି ଅପରାହ୍ଣରେ ବାଗେଡିଆ ସ୍ଥିତ ଆଶୀର୍ବାଦ ଭବନ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଉତ୍ସବ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ଅବସର ପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବରିଷ୍ଠ ଚିକିତ୍ସକ ତଥା କବୟିତ୍ରୀ ବିଜୟା ଲଷ୍ମୀ ଦେବୀଙ୍କ ସ୍ୱାମୀ ଡା କ୍ତର ଧନେଶ୍ୱର ମାଝୀ ମୁଖ୍ୟ ଅତିଥି, ବାପୁଜୀ କଲେଜ ଅଧ୍ୟକ୍ଷ ପ୍ରଫେସର ଧର୍ମରାଜ ତ୍ରିପାଠୀ ମୁଖ୍ୟବକ୍ତା, ସମାଜ ସେଵୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଦୁଃଶାସନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟବକ୍ତା ” ବିଶ୍ୱକୁ ମଧୁମୟ-ଅମୃତମୟ କରିବାର ପ୍ରେରଣାରେ ସ୍ଵଭାଵ କବି ଗଙ୍ଗାଧର ଙ୍କ ସାହିତ୍ୟ ଓ ବ୍ୟକ୍ତିତ୍ୱ ଶକ୍ତିଶାଳୀ ” ବୋଲି ମତ ପ୍ରକାଶ କରିଥିଲେ। ଅତିଥିମାନେ ସାରସ୍ୱତ ସାହିତ୍ୟ ସଂସଦର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପରେପରେ ସୁରେନ୍ଦ୍ର ଚନ୍ଦନ ଓ ସମୀର ସାମନ୍ତରାୟଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପଚିଶ ଜଣ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ସମ୍ପାଦକ ଡାକ୍ତର ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ ହୋଇଥିଲା।