ମୁଖ୍ୟ ଖବର

ଅନୁଗୁଳରେ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ: ନିୟୋଜିତ ହେବେ ୬ ଜଣ ଅତିରିକ୍ତ ଏସ୍‌ପି ଓ ୧୧ ଜଣ ଡି.ଏସ୍‌.ପି

By Angul TV Bureau

May 24, 2024

 

ଅନୁଗୁଳ: ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ ପାଇଁ ୪ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ। ଏହାର ସୁରକ୍ଷା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ଷ୍ଟ୍ରଙ୍ଗରୁମ୍‌ ନିକଟରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଏଠାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ ଦିଗ ଉପରେ ନଜର ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ଭୋଟ୍‌ ଗ୍ରହଣକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ୬ ଜଣ ଅତିରିକ୍ତ ଏସ୍‌ପି, ୧୧ ଜଣ ଡିଏସ୍‌ପି, ୨୬ ଜଣ ଇନ୍ସପେକ୍ଟର, ୨୩୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୧୪୪ ଜଣ ହାବିଳଦାର, ୯୧୮ ଜଣ କନେଷ୍ଟବଳ, ୬୧୪ ଜଣ ହୋମଗାର୍ଡ, ୨୫୬ଜଣ ଗ୍ରାମରକ୍ଷୀଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ୧୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୭ ସେକ୍ସନ ରାଜ୍ୟ ସଶସ୍ତ୍ର ପୁଲିସ ମୁତୟନ ହେବେ। ମତଦାନ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଥାନାରେ ଗୋଟିଏ ସେକ୍ସନ ଷ୍ଟ୍ରାଇକିଂ ଫୋର୍ସ ରହିବେ। ୯୯ଟି ମୋବାଇଲ ପାର୍ଟି କରାଯାଇଥଲା ବେଳେ ୧୨ଟି ସୀମାନ୍ତ ଚେକ୍‌ ପୋଷ୍ଟ କରାଯାଇଛି। ଭୋଟ୍‌ ଗ୍ରହଣ ଦିନ ୨୫ ଜଣ ସେକ୍ଟର୍‌ ଅଫିସର, ୧୦ ଜଣ ଜୋନାଲ ଅଫିସର ଓ ୫ ଜଣ ସୁପରଭାଇଜିଂ ଅଫିସର ସ୍ଥିତି ଉପରେ ନଜର ରଖିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।