ଅନୁଗୁଳ: ରିଲସ କରି ଯୁବକ ହଟହଟା। ଭିଡିଓ ପାଇଁ ଟ୍ରାଫିକ ସମସ୍ୟା କରାଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବଡ଼ଗୋବିନ୍ଦପୁର ଗ୍ରାମର ଜଳିଆ ଗୋଚ୍ଛାୟତଙ୍କୁ ଶନିବାର ରାତିରେ ଗିରଫ କରିଛି ହଣ୍ଡପା ପୋଲିସ। ତାଙ୍କ ଠାରୁ ଏକ ଖେଳଣା ବନ୍ଧୁକ ସହ ବୁଲେଟ ଜବତ ହୋଇଛି। ଏନେଇ କେସ ନମ୍ବର ୨୬୮/୨୫ ରେ ଏକ ମାମଲା ରୁଜୁ କରି ରବିବାର ଦିନ ଜଳିଆଙ୍କୁ ପୋଲିସ ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ଜଳିଆ ଏକ ଖେଳଣା ବନ୍ଧୁକ ଦେଖାଇ ବେପରୁଆ ଭାବରେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରି ରିଲ୍ସ କରୁଥିଲେ। ସେ ବୁଲେଟ(ଓଡ଼ି୧୯ ଏଏ ୦୧ ୨୬)ରେ ବସି ବନ୍ଧୁକ ଧରି ରିଲ୍ସ କରୁଥିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏ ନେଇ ଅଭିଯୋଗ ପରେ ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ହଣ୍ଡପା ଆଇଆଇସି ନମିତା ନାୟକ ଚଢ଼ଉ କରି ଜଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।