ମୁଖ୍ୟ ଖବର

ଡ୍ୟୁଟି ବେଳେ ପୁଲିସକୁ ଆକ୍ରମଣ, ଜଣେ ଗିରଫ ଓ ୪ ଜଣ ଫେରାର

By Angul TV Bureau

January 12, 2026

ଅନୁଗୁଳ: ଡ୍ୟୁଟିରେ ଜଣେ ପୁଲିସ କର୍ମଚାରୀଙ୍କୁ କାଠ ଫାଳିଆରେ ଆକ୍ରମଣ। ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଥିବା ଜଣାଯାଇଛି। ଏ ନେଇ କଣିହାଁ ପୁଲିସ ଏକ ମାମଲା ରୁଜୁ କରି କଣିହାଁ ଥାନା ଗୁଣ୍ଡୁରି ଗ୍ରାମର ସୁମନ୍ତ କୁମାର ସାହୁ (୨୭) କୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଛି।ସୂଚନା ମୁତାବକ, ସୋମବାର କନେଷ୍ଟବଳ ଅମରେନ୍ଦ୍ର ବିଶ୍ବାଳ ବାଇକ ଯୋଗେ କଣିହାଁ ଥାନା ରଞ୍ଜନା ଗ୍ରାମରେ ପେଟ୍ରୋଲିଂ (ଇ ବିଟ) କାମରେ ଯାଇଥିଲେ। ଅପରାହ୍ନରେ ଗ୍ରାମର ୫ଜଣ ଯୁବକ ଏକାଠି ଠିଆ ହୋଇଥିବା ବେଳେ ରଂଜନା ତାଙ୍କୁ କାହିଁକି ଠିଆ ହୋଇଥିଲ ପଚାରିଥିଲେ। ପରେ ସମସ୍ତେ ଘେରି ଯାଇ ଏକ କାଠ ଫାଳିଆରେ ଅମରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗଭୀର ଆଘାତ ଲାଗିଛି। ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।