ମୁଖ୍ୟ ଖବର

ପୋଲିସର ବର୍ବରତା, ଯୁବକ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

By Angul TV Bureau

February 12, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ପୋଲିସର ବର୍ବତାର ଏକ ନମୁନା ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ଜଣାପଡ଼ିଛି ଯେ, ଗତ ୭ ତାରିଖ ପାଲଲହଡ଼ା ବସଷ୍ଟାଣ୍ଡ ନିକଟରେ ଇତି ଗାଁର ଫକୀର ମୋହନ ପ୍ରଧାନଙ୍କ ବାଇକର ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏ ନେଇ ଫକୀର ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କର ସିସିଟିଭି ଫୁଟେଜ ଆଧାରରେ ୮ ତାରିଖ ରାତି ୧୨ଟାରେ ଜଗନ୍ନାଥପୁର ଗାଁର ନକୁଳ ବେହେରଙ୍କ ପୁଅ ଆଦିତ୍ୟ ବେହେରା(୩୨)ଙ୍କୁ ଥାନାକୁ ଟେକି ଆଣିଥିଲେ ଏଏସ୍ଆଇ ଗୋବିନ୍ଦ ସାହୁ ଓ ଟିମ୍। ଯୋରଜବର ଥାନାକୁ ଆଣି ଉପର ମହଲାରେ ଥିବା ହାଜତରେ ଏକ ଚୌକିରେ ବସାଇ ହାତଗୋଡ଼ ବାନ୍ଧି ଓଲଟାଇ ଦେଇ ପାଦକୁ ନିସ୍ତୁକ ମାଡ଼ ମାରିଥିଲେ। ଛାତିରେ କୁଦିଥିଲେ। ତଣ୍ଟି ଚିପି ଟର୍ଚ୍ଚର କରିଥିଲେ। ଆଦିତ୍ୟ ପାଣି ମାଗିବାରୁ ଜାତୀଆଣ ମନ୍ତବ୍ୟସହ ଗାଳିଦେଇ ପରିଶ୍ରା ପିଇବାକୁ କହିଥିଲେ। ଏଥିରେ ଗୋବିନ୍ଦ ସାହୁଙ୍କ ଟିମ୍  ସହଯୋଗ କରିଥିଲେ। ଅକଥନୀୟ ମାଡ଼ ବର୍ଷିଥିଲା। ୯ ତାରିଖ ସକାଳେ ଆଦିତ୍ୟଙ୍କ ବାପା ନକୁଳଙ୍କୁ ଥାନାକୁ ଡ଼ାକିଥିଲେ। ଆଦିତ୍ୟଙ୍କୁ ୨ ମହଲା ପାହାଚରେ ତଳ ଉପରକରି ଚଲାଇଥିଲେ। ଏକ ସାଧା କାଗଜରେ ଦସ୍ତଖତ କରଇଥିଲେ। ଏଥିସହ ନକୁଳ ଓ ଆଦିତ୍ୟଙ୍କୁ କହିଥିଲେ ସିଡ଼ିରୁ ଖସି ଗୋଡ଼ ଫୁଲିଛି ବୋଲି କହିବାକୁ ଧମକ ଦେଇଥିଲେ। କାହାକୁ କହିଲେ ଜେଲ ପଠାଇ ଦେବୁ ବୋଲି କହିଥିଲେ ବୋଲି ଆଦିତ୍ୟ ଶନିବାର ଗଣମାଧ୍ୟରେ କହିଁଛନ୍ତି।

ହାତ ଗୋଡ଼ ବିନ୍ଧିବାସହ ଗଳାରେ ପିଡ଼ାହୋଇ ଅସୁସ୍ଥ ହେବାରୁ ଆଦିତ୍ୟଙ୍କୁ ଖମାର ଡ଼ାକ୍ତରଖାନାକୁ ନିଆଯାଇଥିଲା। ଡ଼ାକ୍ତର ଏକ ପୁଲିସ ମାମଲା କହି ଚିକିତ୍ସା କରିବାକୁ ମନା କରିଥିଲେ। ପରେ ୧୦୮ ଅମ୍ବୁଲାନ୍ସରେ ଆଦିତ୍ୟଙ୍କୁ ଅନୁଗୁଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଆଦିତ୍ୟଙ୍କ ବାପା ନକୁଳ ମଧ୍ଯ ଅନୁଗୁଳ ଏସପିଙ୍କ୍ କାର୍ଯ୍ୟାଳୟରେ ଏକ ଅଭିଯୋଗ ଦାଖଲ କରିଛନ୍ତି।

ପାଲଲହଡ଼ା ଥାନା ଆଇଆଇସି ପରାଓ ଟୁଡ଼ୁଙ୍କୁ ପଚରାଯିବାରୁ ସେ କହିଥିଲେ, ଏକ ମାମଲାରେ ସନ୍ଦେହରେ ତାଙ୍କୁ ଥାନାକୁ ଅଣାଯାଇଥିଲା। ପଚରା ଉଚୁରାପରେ ତାଙ୍କୁ ତାଙ୍କ ବାପାଙ୍କ ଜିମାରେ ଛଡ଼ାଯାଇଛି। ଛାଡ଼ିବା ପୂର୍ବରୁ ଆଦିତ୍ୟଙ୍କ ଡ଼ାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୋଗ କପଳୋ କଳ୍ପିତ।