ମୁଖ୍ୟ ଖବର

ରାଜପଥରେ ଗାଡ଼ି ଚେକିଂ ବେଳେ ଅଘଟଣ: ଟ୍ରକ ଧକ୍କାରେ ପୋଲିସ ଡ୍ରାଇଭର ମୃତ

By Angul TV Bureau

June 30, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଫାସିପାଳ ମଠ ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ପିସିଆର୍ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି।

ସୂଚନା ଯେ, ଆଜି ମଧ୍ୟାହ୍ନ ସମୟରେ ୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଠାରେ ଗାଡ଼ି ଚେକିଂ କରୁଥିବାବେଳେ ଟ୍ରକ୍ ଧକ୍କାରେ ପିସିଆର୍ ଭ୍ୟାନ ଡ୍ରାଇଭର ବିଭୂତି ପ୍ରଧାନ ଗୁରୁତର ହୋଇପଡ଼ିଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ କିଶୋରନଗର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ମୃତକଙ୍କ ଶବ ବ୍ୟବଛେଦ ପାଇଁ ହଣ୍ଡପା ପଠାଇଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଗୋଡ଼ାଇ ଗୋଡ଼ାଇ କାବୁ କରିଛି।