ମୁଖ୍ୟ ଖବର

ବେଆଇନ ଗଞ୍ଜେଇ ଚାଷ ଉପରେ ବନ, ପୁଲିସ ଓ ଅବକାରି ବିଭାଗର ମିଳିତ ଚଢ଼ଉ

By Sanjeeb Biswal

December 12, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଅଞ୍ଚଳରେ ଜଙ୍ଗଲ ଓ ଗୋଚର ଜମିରୁ ପୁଲିସ,ଅବକାରୀ ଓ ବନ ବିଭାଗର ମିଳିତ ଚଢ଼ଉକରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଜରପଡା ଥାନା ମାଟିଗାଡ଼ିଆ ଅଞ୍ଚଳରେ ଚଢ଼ାଉ କରି ଦେଢ଼ ଏକର ସରକାରୀ ଗୋଚର ଓ ଜଙ୍ଗଲ ଜମିରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୬୫୦ ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଛି। ଗତ ୧୫ଦିନ ମଧ୍ୟରେ ବରପଦା ଜଙ୍ଗଲ ଜମିରୁ ୨୦୦ ଟି ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଥିଲା। ଗଞ୍ଜେଇ ଫିଲ୍ଡ଼ରେ ଥିବା କୁଡ଼ିଆରୁ ଦେଶୀ ବନ୍ଧୁକ ଜବତ କରି ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଯେତେ କାଟୁଛନ୍ତି ସେତେ ବାହାରୁଛି। ଚଢ଼ାଉ ଚାଷୀଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି । ଯଦି ଏହାର ମୁଳୋତ୍ପାଟନ କରାନଗଲେ ପୁଣି ଅଞ୍ଚଳରେ ଅସାମାଜିକ ଯୁବକଙ୍କ ପାଦୁର୍ଭାବ ବଢିବ l