ମୁଖ୍ୟ ଖବର

ଅନୁଗୁଳରେ ମାଡ଼ି ଚାଲିଛି ଗଞ୍ଜେଇ ଚାଷ: ଛେଣ୍ଡିପଦା ଅଞ୍ଚଳର ସରକାରୀ ଜମିରୁ ବିପୁଳ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ-ଅବକାରୀ ଟିମ୍

By Sanjeeb Biswal

December 02, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ।ସ୍ଥାନୀୟ ବରପଦା ଅଞ୍ଚଳରେ ଆଜି ଜଙ୍ଗଲ ଜମିରୁ ୨ ଶହ ପରିପକ୍ଵ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଚାଷୀ ମାନେ ସରକାରୀ ଜମି ଏବଂ ଜଙ୍ଗଲ ଜମିକୁ ସୁରକ୍ଷିତ ଭାବି ଗଞ୍ଜେଇ ଚାଷ କରୁଥିବାରୁ ପୋଲିସ କାହାକୁ ଗିରଫ କରିବ ବୁଝିପାରୁନାହିଁ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ନାଉପଦା, ବାଲିପଶି ଅଞ୍ଚଳରେ ପୋଲିସ, ଅବକାରୀ ଏବଂ ବନବିଭାଗ ମିଳିତ ଭାବେ ଚଢଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଥିଲା। ଏଥିସହ ଏକ ବଗିଚାରୁ ବନ୍ଧୁକ ଜବତ କରିଥିଲା।