ମୁଖ୍ୟ ଖବର

ତାଳଚେରରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ନଜର: ଖୁଚୁରାଙ୍କୁ ଜବତ, ବଡ଼ଙ୍କୁ ମାଫ?

By Angul TV Bureau

October 15, 2025

ଅନୁଗୁଳ: ଦୀପାବଳି ପର୍ବ ପାଖେଇ ଆସୁଥିବା ବେଳେ ତାଳଚେରରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ନଜର ରଖିଛି। କୋର୍ଟ ଓ ବିଶେଷଜ୍ଞମାନେ ବାଣର ଜୀବଜଗତ ଉପରେ କୁପ୍ରଭାବକୁ ନେଇ ସତର୍କ କରିଥିବା ବେଳେ, ପରମ୍ପରା ବଜାୟ ରଖିବା ନାଁରେ ଅତ୍ୟଧିକ ରାସାୟନିକ ବିସ୍ଫୋରକ ବାଣ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

ପ୍ରାୟ ୪-୫ ମାସ ପୂର୍ବେ ବଡ଼ ବ୍ୟବସାୟୀମାନେ ଲୁଚାଛପା ଭାବେ କୋଟି କୋଟି ଟଙ୍କାର ବାଣ ଗଚ୍ଛିତ ରଖି ବିକ୍ରି କରୁଥିବା ବେଳେ, ଖୁଚୁରା ବ୍ୟବସାୟୀମାନେ କରଜ କରି ବାଣ କିଣି ବିକ୍ରି କରୁଛନ୍ତି। ତାଳଚେର ଟାଉନ ପୋଲିସ ଖୁଚୁରା ବ୍ୟବସାୟୀଙ୍କ ବାଣ ଜବତ କରୁଥିବା ବେଳେ, ବଡ଼ ବ୍ୟବସାୟୀଙ୍କୁ ମାଫ କରାଯାଉଥିବା ଅଭିଯୋଗ ସନ୍ଦେହ ସୃଷ୍ଟି କରିଛି। ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ହେଉଥିଲେ ବି ଦୀପାବଳିରେ ଉଚ୍ଚକ୍ଷମତା ସମ୍ପନ୍ନ ବାଣ ଫୁଟୁଥିବା ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।