ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ ଜବତ କରିଥିଲା। ଘରେ ଚୋରାରେ ମଦ ବିକ୍ରି କରୁଥିବା ଖବର ପାଇ ପୋଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଛି।
ସେହିପରି କଣ୍ଟେଇକୋଳିଆ ଗ୍ରାମରେ ଚଢ଼ଉ କରି ଚୈତନ୍ୟ ନାୟକଙ୍କ ଘରୁ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏଥିସହ ତାଙ୍କୁ ଗିରଫ କରିଛି। ସେହିପରି ଭେଜିଗୋଠ ଗ୍ରାମରେ ଚଢ଼ଉ କରି ଫୁଲ ପ୍ରଧାନଙ୍କ ଘରୁ ୫ ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।