ଘଟଣା ଓ ଦୁର୍ଘଟଣା

ବେଆଇନ କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ: ଟ୍ରକ୍ ଜବତ, ଅଭିଯୁକ୍ତ ଫେରାର

By Angul TV Bureau

April 16, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଜବତ କରିଛି ଛେଣ୍ଡିପଦା ଥାନା ପୁଲିସ। ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ରାସ୍ତାରେ ବେଆଇନ କୋଇଲା ଚାଲାଣ ହେଉଥିବା ନେଇ ଦୀର୍ଘ ଦିନ ହେଲାଣି ଅଭିଯୋଗ ହେଉଥିଲା। ଆଜି ୫ ଟନ୍‌ ବେଆଇନ କୋଇଲା ବୋଝେଇ କରି ଏକ ଟ୍ରକ୍ କମ୍ପସଲାରୁ କଇଁଛପଦା ଦେଇ ବୁଢାପାଳ ଅଭିମୁଖେ ଯାଉଥିବା ଖବର ପୁଲିସ ପାଖରେ ପହଞ୍ଚି ଥିଲା। ପୋଲିସ ଚଢ଼ଉ କରିବା ବେଳେ ଏହି ଟ୍ରକ ଜବତ କରିଛି। କିନ୍ତୁ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି। ପୁଲିସ ଏବେ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଳାଇଥିବା କହିଛି।