ମୁଖ୍ୟ ଖବର

ବାପା-ମା’ ମେଡିକାଲରେ, ଭୋକ ଉପାସରେ ରାସ୍ତାରେ ବୁଲୁଥିବା ଚାରି ଭାଇ-ଭଉଣୀଙ୍କୁ ଉଦ୍ଧାର କଲା ପୋଲିସ

By Angul TV Bureau

July 25, 2025

ଅନୁଗୁଳ: ବର୍ଷା ରାତିରେ ଇତଃସ୍ତତଃ ବୁଲୁଥିବା ଚାରି ଭାଇ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବର୍ଷା ରାତିରେ ଏହି ଭାଇ ଭଉଣୀ ଭୋକ ବିକଳରେ ଚାଲି ଚାଲି ତାଳଚେର ସୌଭାଗ୍ୟନଗର ଅଞ୍ଚଳରୁ କଣିହାଁ ବ୍ଲକ କୁଲେଇ ଗାଁ ଦେଇ ପବିତ୍ରନଗର ଅଞ୍ଚଳକୁ ଯାଉଥିବା ବେଳେ କୁଲେଇ ଗ୍ରାମବାସୀ ଉଦ୍ଧାର କରି ବସ୍ ଷ୍ଟାଣ୍ଡରେ ରଖିଥିଲେ। କୁଆଡ଼େ ଯାଉଛ ପଚାରିବାରୁ ପିଲାମାନେ କହିଥିଲେ କି ତାଙ୍କ ବାପାଙ୍କ ଦେହ ଅସୁସ୍ଥ ସେ ଡାକ୍ତରଖାନାରେ ଅଛନ୍ତି ଆଉ ମା ମଧ୍ୟ ତାଙ୍କ ବାପାଙ୍କ ସହ ଯାଇଛନ୍ତି।

ଘରେ କେହି ନଥିବାରୁ ଭୋକ ଓପାସରେ ସେମାନେ ରାସ୍ତାରେ ବୁଲୁଛନ୍ତି। ଯିଏ ଯାହା ଦେଲା ଖାଉଛନ୍ତି। ତେବେ କୁଲେଇ ଗ୍ରାମର କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ବସ୍ ଷ୍ଟାଣ୍ଡରେ ଆଶ୍ରୟ ଦେବା ସହ ଖାଇବାକୁ ଦେଇଥିଲେ। ସକାଳେ ସମଲ ପୋଲିସ ପହଞ୍ଚି ପିଲାମାନଙ୍କୁ ଉଦ୍ଧାରକରି ହେପାଜତକୁ ନେଇଥିବା ଜଣାଯାଇଛି।