ମୁଖ୍ୟ ଖବର

ବିବାହ ପୂର୍ବରୁ ପହଞ୍ଚିଲା ପୋଲିସ, ଅଟକାଇଲା ନାବାଳିକାର ବାହାଘର

By Angul TV Bureau

March 27, 2025

ଅନୁଗୁଳ: ପୁଣି ଏକ ନାବାଳିକା ବିବାହ ରୋକିଲା ଅନୁଗୁଳ ପୋଲିସ। ବୁଧବାର ନାବାଳିକା ବିବାହ ପୂର୍ବରୁ ବନ୍ଦ କରିବାରେ ପୋଲିସ ସଫଳ ହୋଇଛି। ପରେ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନ କରାଯାଇଛି।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ଜଣେ ନାବାଳିକା(୧୭)ଙ୍କ ବିବାହ ଅନୁଗୁଳ ବଳରାମପ୍ରସାଦ ଅଞ୍ଚଳର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଆଜି ବୁଢ଼ୀ ଠାକୁରାଣୀ ମନ୍ଦିରରେ ଏହି ବିବ‌ାହ ହେବ ବୋଲି ଧାର୍ଯ୍ୟ ସରିଥିଲା। ସମସ୍ତ ପ୍ରସ୍ତୁତି ହୋଇଥିଲା ବେଳେ କନ୍ୟାଘର ଲୋକ ବି ପହଞ୍ଚି ସାରିଥିଲେ। ହେଲେ ବିବାହ ପୂର୍ବରୁ କେହି ପୋଲିସକୁ ଖବର ଦେଇଦେଇଥିଲା। ପୋଲିସ ପହଞ୍ଚି ନାବାଳିକାଙ୍କ ବୟସ ଯାଞ୍ଚ କରିବା ବେଳେ ୧୭ ବର୍ଷ ବୋଲି ଜଣାପଡ଼ିଥିଲା। ପରେ ପୋଲିସ ବିବାହକୁ ବନ୍ଦ କରାଇ ନାବାଳିକାକୁ ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଇଥିବା ଜଣାପଡ଼ିଛି।