ମୁଖ୍ୟ ଖବର

ହାତ ଧରିଲେ ସମାଜବାଦୀ ନେତା ଦେବାଶିଷ ଘୋଷ, କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ

By Angul TV Bureau

September 30, 2023

ଅନୁଗୁଳ: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ତାଳଚେର ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜବାଦୀ ନେତା ଦେବାଶିଷ ଘୋଷ। ଗତକାଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ ସମୟରେ ସେ ହାତ ଧରିଛନ୍ତି।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ଉତ୍ତରୀୟ ଦେଇ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ। ତାଙ୍କ ସହ ଅଣସଙ୍ଗଠିତ ଶ୍ରମିକ ସଂଘର ସଭାପତି ସୁଭଦ୍ରା ସାହୁ, ସାଧାରଣ ସମ୍ପାଦକ ଅବନ୍ତୀ ପ୍ରଧାନ, ଯୁଗ୍ମ ସମ୍ପାଦକ ସବିତା ସାହୁ, ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ଯଶୋଦା ବେହେରା, କୃଷକ ସଭା ପାଳଲହଡାର ସଭାପତି କୁଳମଣି ବେହେରା, ଜିଲ୍ଲା ପାଚିକା ସହାୟକ ସଂଘର ସମ୍ପାଦିକା ମିନା ଦାସ, ଆଦିବାସୀ ମହିଳା ମୋର୍ଚ୍ଚାର ସମ୍ପାଦିକା ସୁନି କାର୍ଡିଆନ, ସମାଜବାଦୀ ନେତା ହରେକୃଷ୍ଣ ମହାପାତ୍ର ଓ ଜଗନ୍ନାଥ ବାଘ ପ୍ରମୁଖ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ଜିଲ୍ଲା ଶ୍ରମିକ କଂଗ୍ରେସ ସଭାପତି ଦିଗମ୍ବର ଗଡନାୟକ, ପ୍ରଦେଶ କଂଗ୍ରେସ ସଭ୍ୟ ଜୟନ୍ତ ସାହୁ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।