ମୁଖ୍ୟ ଖବର

ଅଳ୍ପ ବର୍ଷାରେ ବି ଜମୁଛି ପାଣି

By Angul TV Bureau

August 06, 2024

ଅନୁଗୁଳ: ଅନୁଗୁଳ ସହରର ଡ୍ରେନେଜ୍ ବ୍ୟବସ୍ଥା ବର୍ଷା ଦିନରେ ନାନା ସମସ୍ୟା ସୃଷ୍ଟି କରୁଅଛି । କେଉଁଠି ଡ୍ରେନରେ ପାଣି ଜମା ହୋଇ ରହୁଛି ତ କେଉଁଠି ରାସ୍ତା ଉପରେ ଜମା ହୋଇ ଯାତାୟତ ସମସ୍ୟା ସୃଷ୍ଟି ହେଉଛି । ଆଜି କିଛି ଏଭଳି ଦେଖିବାକୁ ମିଳିଛି ଅନୁଗୁଳ ବିଇଡି କଲେଜ୍ ରାସ୍ତା ଠାରୁ ଜଗନ୍ନାଥ ମନ୍ଦିର ରାସ୍ତା ମଧ୍ୟରେ ଥିବା ଖାଉ ଗଳି ନିକଟରେ ।ସକାଳର ବର୍ଷାରେ ରାସ୍ତା ଦୁଇ ପାର୍ଶ୍ୱରେ ପାଣି ଜମା ହୋଇ ରହିବା ଫଳରେ ଗାଡ଼ି ଗୁଡ଼ିକୁ ସବୁ ଅଧା ଅଧା ବୁଡି ରହିଥିବା ଦେଖିବାକୁ ମିଳିଛି । ଏହାର ସମାଧାନ ନିମନ୍ତେ ପୌରପାଳିକା ପଦକ୍ଷେପ ଗ୍ରହଣ ଉଚିତ୍ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।