ଘଟଣା ଓ ଦୁର୍ଘଟଣା

ନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

By Biswaranjan Pattnaik

September 08, 2024

ଅନୁଗୁଳ: ଗତ ଶନିବାର ରାତିରେ ଅନୁଗୁଳ ମେଡ଼ିକାଲରେ ଦୁଇ ଜଣ ଦୁର୍ଘଟଣା ପୀଡ଼ିତ ବ୍ୟକ୍ତି ସେବା ନପାଇ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କାର ଯୋଗେ ନାକଟିଦେଉଳରୁ ଭୁବନେଶ୍ବର ଯାଉଥିବା ଦୁଇଜଣ ଯାତ୍ରା କଳାକାର ବନ୍ତଳା ଲାଛବନ୍ଧ ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଚାଳକର ଆଖି ଲାଗି ଯିବାରୁ କାର ଟି ଏକ ଗଛରେ ପିଟି ହୋଇଯାଇଥିଲା।ରାତି ପ୍ରାୟ ସାଢେ଼ ଏଗାର ଟା ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ଅନୁଗୁଳ ମେଡ଼ିକାଲ ନିଆ ଯାଇଥିଲା ତେବେ ସେଠାରେ ଥିବା ଡାକ୍ତର ଔଷଧ ଚିଠା ଲେଖି ଦେଇଥିଲେ ମଧ୍ୟ ଡ୍ରେଶର ନଥିବାରୁ ରୋଗୀ ଦୁଇଜଣ ବଡ଼ ବିକଳ ହୋଇଥିଲେ । ଡ୍ରେସର ଜଣକ ଆମ୍ବୁଲାନ୍ସ ଚାଳକ କକ୍ଷରେ ନିଘୋଡ଼ ନିଦରେ ଶୋଇ ଯାଇଥିଲେ। ତାଙ୍କୁ ଯେତେ ଉଠାଯାଇଥିଲେ ମଧ୍ୟ ସେ ଉଠିବା ଅବସ୍ଥାରେ ନଥିଲେ। ଶେଷରେ ପୀଡ଼ିତ ଦୁଇଜଣ କୌଣସି ଘରୋଇ କ୍ଲିନିକ୍ ରେ ଯାଇ ଡ୍ରେସିଂ କରାଇଥିଲେ।ତେବେ ପ୍ରଶ୍ନ ଉଠୁଛି ଠିକା ସଂସ୍ଥାରେ କାର୍ଯ୍ୟରତ ଏହି ଡ୍ରେସର ଯଦି ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ସେବା ଦେଇ ନ ପାରିବେ ତେବେ ଅନୁଗୁଳ ମେଡ଼ିକାଲ ବଦନାମ୍ ହେଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ଯଦି ସତରେ ଡାକ୍ତରଖାନାର ସିସିଟିଭି ଚାଲୁଥାଏ ତେବେ କର୍ତୃପକ୍ଷ ଏହାର ତଦନ୍ତ କରିବାକୁ ଅନୁରୋଧ।