ମୁଖ୍ୟ ଖବର

ଭଙ୍ଗା ଖଟରୁ ପଡି ମହିଳା ରୋଗୀ ଗୁରୁତର

By Biswaranjan Pattnaik

October 18, 2022

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜେରିଆଟିକ ୱାର୍ଡରେ ଖଟରୁ ପଡି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ସୁଲୋଚନା ନନ୍ଦ (୯୦)ଙ୍କ ପେଟ ଖରାପ ଥିବାରୁ ତାଙ୍କୁ ଗତ ସୋମବାର ସନ୍ଧ୍ୟାରେ ମେଡିକାଲରେ ଭର୍ତି କରାଯାଇଥିଲା।ସୁଲୋଚନାଙ୍କ ପରିବାର ଲୋକେ ଖଟ ଭଙ୍ଗା ତେଣୁ ଏହାକୁ ବଦଳାଇବାକୁ କହିଥିଲେ।କିନ୍ତୁ ଡାକ୍ତରଖାନା କର୍ମଚାରୀ କେହି ଶୁଣି ନଥିଲେ। ତେବେ ଆଜି ସକାଳେ ଖଟଟି ଭାଙ୍ଗି ଯିବାରୁ ସୁଲୋଚନାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ନାକ ଫାଟି ଯାଇଥିଲା। ଏଥିରେ ସୁଲୋଚନାଙ୍କ ପୁଅ ବିଶ୍ୱମୋହନ ଓ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ,ଫଳରେ ଡାକ୍ତର ଖାନାରେ ଉତ୍ତେଜନା ବଢିଥିଲା। ଡାକ୍ତରଖାନାରେ ଦୁଇ ଦୁଇ ଜଣ ମ୍ୟାନେଜର ଥିଲେ ମଧ୍ୟ ହସ୍ପିଟାଲ ସେବା ପ୍ରଦାନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏଡିଏମଓ ମେଡିକାଲ ଡା ଏମ ଆର ବିଶ୍ୱାଳଙ୍କୁ ଏଥିନେଇ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।