ମୁଖ୍ୟ ଖବର

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଭଙ୍ଗା ହୁଇଲ ଚେୟାର ରେ ରୋଗୀ ଯାଉଛନ୍ତି

By Biswaranjan Pattnaik

February 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଯେତେ ଲେଖିଲେ ବି ତାହା କମ ହେଉଛି। ବୁଧବାର ଅପରାହ୍ନ ପାଞ୍ଚଟା ସମୟରେ ଜଣେ ରୋଗୀ ଭଙ୍ଗା ହୁଇଲ ଚେୟାରରେ କାଜୁଆଲିଟିରୁ ଆଇପିଡି ୱାର୍ଡ ଯାଉଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସହ କୌଣସି ଆଟେଣ୍ଡାଣ୍ଟ ନଥିଲେ। ହୁଇଲ ଚେୟାରର ଡାହାଣ ପଟ ରିମଟି ବଙ୍କା ଥିବାରୁ ତାହା ଠିକ ଚାଲୁ ନଥିଲା। ରୋଗୀଙ୍କ ଦୁଇଜଣ ସମ୍ପର୍କୀୟ ଚେୟାରକୁ ପଛୁଆ ଘୋଷାରି ଘୋଷାରି ନେଉଥିଲେ। ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ବିଭଗର ଲକ୍ଷ ଲକ୍ଷ ଟଙ୍କା ଅଛି। ଵିଜ୍ଞାପନ ଫଳକ ଅଜସ୍ର ପଇସା ସରୁଛି। ବଦାନ୍ୟ ସଂସ୍ଥା ହୁଇଲ ଚେୟାର ଦାନ ବି କରୁଛନ୍ତି। ତା ସତ୍ୱେ ମେଡିକାଲର ଏଭଳି ବିକଳ ଅବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସିଡିଏମଓ ଏହାର ତଦନ୍ତ କରିବାକୁ ଦାବି ହେଉଛି।