ମୁଖ୍ୟ ଖବର

ଭିନ୍ନକ୍ଷମ ଶିବିରରେ ଅବ୍ୟବସ୍ଥା

By Biswaranjan Pattnaik

February 01, 2025

ଅନୁଗୁଳ: ଫେବୃଆରୀ ୧ ତାରିଖ ସ୍ଥାନୀୟ ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ହେଉଥିବା ଆଜିର ଭିନ୍ନକ୍ଷମ ଶିବିରରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ହଠାତ ଆଜି ଶିବିରରେ ପ୍ରାୟ ଦୁଇ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ନିକଟରେ ବିକଳାଙ୍ଗ ଭତ୍ତା ବଢ଼ାଇ ଦିଆ ଯାଇଥିବାରୁ ଅଧିକ ପ୍ରତିଶତ ହାସଲ ପାଇଁ ରୋଗୀମାନେ ଭିଡ ଜମାଇ ଥିଲେ। ସ୍ୱାସ୍ଥ୍ୟ କର୍ତୃପକ୍ଷ ଭିଡକୁ ନିୟନ୍ତ୍ରଣ କରିପାରିନଥିଲେ। ଠେଲା ପେଲା ସାଙ୍ଗକୁ ଖାଦ୍ୟ ଓ ପାଣିର ଅଭାବ ଦେଖିବାକୁ ମିଳିଥିଲା। ଛୋଟ ଛୋଟ ଛୁଆଙ୍କୁ ଧରି ଅନେକ ବାପା-ମା କଲବଲ ହେଉଥିବା ଦେଖିବାକୁ ମିଳିଥିଲା।