ପ୍ରତିଭା ଓ ବ୍ୟକ୍ତିତ୍ୱ

ଲୋକପ୍ରିୟ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ, ଆଉଁଳି ପ୍ରୋଜେକ୍ଟରେ ନିର୍ବାହ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

By Sanjeeb Biswal

April 20, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ପୋଡାପଡା ଗାଁର ବରିଷ୍ଠ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।

ବ୍ରଜବନ୍ଧୁ ଛୋଟ ବେଳୁ କମ୍ୟୁନିଷ୍ଟ ଚିନ୍ତାଧାରା ରଖି ଆସିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ। ଲୋକଙ୍କ ସମସ୍ୟା ଓ ଦାବିକୁ ସେ ଗୀତ ମାଧ୍ୟମରେ ଉତଥାପନ କରି ବେଶ୍ ପରିଚିତ ହୋଇଥିଲେ।ସେ ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଥିଲେ। ସ୍ଥାନୀୟ ଆଉଁଳି ପ୍ରୋଜେକ୍ଟ ହେବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।