ଘଟଣା ଓ ଦୁର୍ଘଟଣା

ଝିଙ୍କ ମାଂସ ଜବତ, ଜଣେ ଗିରଫ

By Sanjeeb Biswal

April 03, 2021

ବଇଣ୍ଡା: ହଣ୍ଡପା ରେଞ୍ଜ କୃଷ୍ଣପୁର ଗାଁର ରବି ପୋଢ଼ (୪୬)ଙ୍କଠାରୁ ଶୁକ୍ରବାର ସକାଳେ ଝିଙ୍କ ମାଂସ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ରବି ଗୁରୁବାର ରାତିରେ ନିଜ ବାଡ଼ିକୁ ପଶିଆସିଥିବା ଏକ ଝିଙ୍କ ଶିକାର କରିଥିଲେ। ସେ ମାଂସକାଟି ବିକ୍ରି କରୁଥିଲେ । ଖବର ମିଳିବା ପରେ ଅତର୍କିତ ଭାବେ ଚଢ଼ଉ କରି ତାଙ୍କଠାରୁ ପ୍ରାୟ ୨ କେଜି ମାଂସ ଜବତ କରାଯାଇଛି। ଏ ଘଟଣାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।