ଅନ୍ୟାନ୍ୟ

ଜରପଡ଼ାରେ ଡାକ ମେଳା: ଡାକ ସେବା ଓ ସଞ୍ଚୟ ଯୋଜନା ନେଇ ସଚେତନତା ଶିବିର

By Angul TV Bureau

October 13, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡ଼ା ଗ୍ରାମର କଲ୍ୟାଣ ମଣ୍ଡପଠାରେ ଢେଙ୍କାନାଳ ଡାକ ମଣ୍ଡଳ ପକ୍ଷରୁ ଏକ ଡାକ ମେଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଡାକ ବିଭାଗର ବିଭିନ୍ନ ସେବା ଓ ସଞ୍ଚୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧୀକ୍ଷକ ଜମ୍ବେଶ୍ୱର ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୋଷ୍ଟାଲ ଇନ୍ସପେକ୍ଟର କାର୍ତ୍ତିକ ଚରଣ ଦାସ, ବ୍ୟାବସାୟିକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଦେହୁରୀ ଓ ଆଇପିପିବି ଶାଖା ପରିଚାଳକ ଜ୍ଞାନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

ଶିବିରରେ କିସାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ଯୋଜନା, ଗ୍ରାମୀଣ ଡାକ ବୀମା, ସୁକନ୍ୟା ସମୃଦ୍ଧି ଯୋଜନା, ମାସିକ ଆୟ ଯୋଜନା, ଫିକ୍ସଡ୍‌ ଡିପୋଜିଟ୍‌ ଓ ରେକରିଂ ଡିପୋଜିଟ୍‌ ଭଳି ବିଭିନ୍ନ ସଞ୍ଚୟ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଯୋଜନାଗୁଡ଼ିକର ସୁଧ ହାର, ଜମା ଅବଧି ଓ ମିଆଦ ପୂର୍ତ୍ତି ପରେ ମିଳୁଥିବା ଅର୍ଥ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଯାଇଥିଲା।ଏହି ସଚେତନତା ଶିବିରରେ ଶତାଧିକ ମହିଳା ଓ ଗୃହିଣୀ ଯୋଗଦେଇଥିଲେ। ସ୍ଥାନୀୟ ଡାକ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।