ସ୍ୱତନ୍ତ୍ର

ଅନୁଗୁଳ ଜିଲ୍ଲାରେ ଆଳୁ ମିଶନ୍‌ ଫେଲ୍‌

By Biswaranjan Pattnaik

December 16, 2020

ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍‌ ଜିଲ୍ଲାରେ ଫେଲ୍‌ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍‌ରେ ଆଳୁଚାଷ ଅଧିକ ହୋଇଥାଏ। ଆଳୁ ଚାଷୀଙ୍କୁ ଉନ୍ନତ ବିହନ, ସାର ସାଙ୍ଗକୁ ସାଇତି ରଖିବା ପାଇଁ ଶୀତଳଭଣ୍ତାରର ସୁବିଧା ଦିଆଯିବା ଉଚିତ। କିନ୍ତୁ ଜିଲ୍ଲାରେ ଆଜିଯାଏଁ ସରକାରୀ ଶୀତଳ ଭଣ୍ତାର ନାହିଁ। ଘରୋଇ ଶୀତଳଭଣ୍ତାର ଅଧିକା ଦର ହେଉଥିବାରୁ ଚାଷୀ ସେଠାରେ ସ˚ରକ୍ଷଣ କରିବାକୁ ଅମଙ୍ଗ ହେଉଛନ୍ତି। ଆଳୁ ମିଶନ୍‌ ଫେଲ୍‌ ଯୋଗୁଁ ଆଳୁ ପାଇଁ ବାହାର ମାର୍କେଟ୍‌ ତଥା ବେଙ୍ଗଲ୍‌ ଆଳୁ ଉପରେ ନିର୍ଭର କରିବାକୁ ପଡୁଛି। ଫଳତଃ ଆଳୁର ଦର ସବୁବେଳେ ଉଚ୍ଚା ରହୁଛି। ଜିଲ୍ଲାପାଳ ଆଳୁଚାଷୀଙ୍କ ସମସ୍ୟା ବୁଝିବା ସହ ଉତ୍ପାଦନ ବୃଦ୍ଧି ପାଇଁ ଆନ୍ତରିକ ଉଦ୍ୟମ କରାଗଲେ ଜିଲ୍ଲାରେ ଆଳୁ ସଙ୍କଟ ଦୂର ହୋଇ ପାରନ୍ତା।