ମୁଖ୍ୟ ଖବର

ଆଳୁ ଖୁଚୁରା ବଜାରରେ ନିଆଁ: କେଜି ପିଛା ଦର ୩୫ ଟଙ୍କା

By Biswaranjan Pattnaik

April 22, 2024

 

ଅନୁଗୁଳ: ସମଗ୍ର ରାଜ୍ୟରେ ଗତ ସପ୍ତାହରେ ଆଳୁର ଅଭାବ ଦେଖା ଦେଇଛି। ବେଙ୍ଗଲରୁ ଓଡ଼ିଶାକୁ ନିୟମିତ ଆଳୁ ଆସୁଥିବା ବେଳେ ଏବେ ଉତ୍ପାଦନ କମ ହେତୁ ବେଙ୍ଗଲ ଆଳୁ ଯୋଗାଣ ବନ୍ଦ କରିଦେଇଛି। ଫଳରେ ବେପାରୀ ମାନେ ୟୁପିରୁ ପୁରୱା,ରାୟବରେଲି ଆଦି ଆଳୁ ଆଣିବାକୁ ଚେଷ୍ଟା କରୁଛନ୍ତି ହେଲେ ସେଠି ମଧ୍ୟ ମଣ୍ଡିରେ ଉଚ୍ଚା ଦର ହେତୁ ଆଳୁ ଦର ହଠାତ୍ ବଢ଼ିଛି।

ଅନୁଗୁଳ ଜିଲ୍ଲାରେ ଆଳୁ ମିଶନ ଫେଲ୍ ମାରିବା ଗ୍ରାହକଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିଛି।ଗତ ରବିବାର ହାଟରେ ଆଳୁ ଦର କେଜି ପିଛା ୩୦ ଟଙ୍କା ଥିବା ବେଳେ ଆଜି ଡେଲି ମାର୍କେଟ ଖୁଚୁରା ବଜାରରେ ଆଳୁ ଦର କେଜି ପିଛା ୩୫ ଟଙ୍କା ରହିଛି। ଜଣେ ଖୁଚୁରା ବିକ୍ରେତା କହିଛନ୍ତି କି ଦିନ ଦୁଇଦିନ ମଧ୍ୟରେ ଆଳୁ ଦର ୪୫ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇ ପାରେ। ଏଣୁ ଚୁପ୍‌ଚାପ୍ ବସିଥିବା ଜିଲ୍ଲା ଯୋଗାଣ ବିଭାଗ ବେଳହୁଁ ବିକଳ୍ପ ବ୍ୟବସ୍ଥା ନକଲେ ପରିସ୍ଥିତି ସଙ୍ଗୀନ ହୋଇଯିବ। ଗରିବର ପରିବା ଆଳୁ ଯଦି ଏଭଳି ମହଙ୍ଗା ହେବ ତେବେ ଜନ ଅସନ୍ତୋଷ ନିଶ୍ଚୟ ବୃଦ୍ଧି ପାଇବ।