ଅନୁଗୁଳ: ସମାଜସେବୀ ତଥା ରାଜନେତା ପ୍ରବୋଧ ସ୍ୱାଇଁଙ୍କୁ ‘ପ୍ରିୟଙ୍କା ଗାନ୍ଧୀ ସଂଗଠନ ଅଲ୍ ଇଣ୍ଡିଆ’ (PGSAI) ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଭାପତି କୋମଲଜିତ ସିଂ ଏବଂ ଉପସଭାପତି ଜି. ୱାଇ. ବିଶ୍ୱାସଙ୍କ ଅନୁମୋଦନ କ୍ରମେ ଶ୍ରୀ ସ୍ୱାଇଁଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି। ସୂଚନାଯୋଗ୍ୟ ଯେ, ନୂତନ ସଭାପତି ଚୟନ ନହେବା ପର୍ଯ୍ୟନ୍ତ ସେ ଜାତୀୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇବେ।
ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ସ୍ୱାଇଁ ପୂର୍ବରୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ଜିଲ୍ଲା ଓ.ବି.ସି. ସେଲ୍ର ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ଅନୁଗୁଳ ଜିଲ୍ଲା ସୁରକ୍ଷା ମଞ୍ଚ, ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ‘ହାତୀ ସୁରକ୍ଷା ଜୀବନ ରକ୍ଷା’ ଭଳି ଅନେକ ସାମାଜିକ ସଂଗଠନର ନେତୃତ୍ୱ ନେଇ ଓଡ଼ିଶାରେ ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ।
ତାଙ୍କର ଏହି ନିଯୁକ୍ତି ପରେ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖାଦେଇଛି। ଆଗାମୀ ଦିନରେ ଶ୍ରୀ ସ୍ୱାଇଁଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ସଂଗଠନକୁ ଅଧିକ ମଜବୁତ କରିବା ସହ ଜନସାଧାରଣଙ୍କ ଆସ୍ଥାଭାଜନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।