ମୁଖ୍ୟ ଖବର

ଆଜି ଓସିଏ ସଭାପତି ଭାବେ ଦାୟିତ୍ୱ ନେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

By Angul TV Bureau

October 28, 2022

କଟକ : ଆନୁଷ୍ଠାନିକ ଭାବେ ଆଜି ଓସିଏ ସଭାପତି ଦାୟିତ୍ୱ ଗ୍ରହଣ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ସେ ସଭାପତି ଦାୟିତ୍ୱ ନେଇଛନ୍ତି। ତାଙ୍କ ସହ ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଓ ଆପେକ୍ସ କାଉନ୍ସିଲ ସଦସ୍ୟ ଭାବେ ପ୍ରତାପ ପ୍ରଧାନ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଓସିଏ ନିର୍ବାଚନରେ ସଭାପତି ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ ପ୍ରଣବ। ତେବେ ତାଙ୍କ ବିରୁଦ୍ଧରେ କେହି ପ୍ରାର୍ଥୀ ହୋଇନଥିବାରୁ ସେ ନିର୍ଦ୍ବନ୍ଦ୍ଵରେ ସଭାପତି ନିର୍ବାଚିତ ହୋଇଛନ୍ତି।