ଅନ୍ୟାନ୍ୟ

ସହର ପରିକ୍ରମା କଲା ପ୍ରଣାମ ନବକୃଷ୍ଣ ସଦଭାବନା ରଥ

By Biswaranjan Pattnaik

November 23, 2022

ଅନୁଗୁଳ: ଆଜି ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ୧୨୧ ତମ ଜୟନ୍ତୀ ଅବସରରେ ପ୍ରଣାମ ନବକୃଷ୍ଣ ସଦଭାବନା ରଥ ସହର ପରିକ୍ରମା କରିଛି। ଏହି ଯାତ୍ରାକୁ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ ଓ ଉତ୍କଳ ଗାନ୍ଧି ସ୍ମାରକ ନିଧିର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଉଦଘାଟନ କରିଥିଲେ।

ରଥ ସ୍ଥାନୀୟ ବାଜିରାଉତ ଛାତ୍ରାବାସରୁ ବାହାରି ରୋଟାରୀ ପବ୍ଲିକ ସ୍କୁଲ, ପଞ୍ଚ ପହଲା, ନୂଆମୌଜା, ରନ୍ତଲେଇ, ମୁଷପାପୁଲି, ବଡକେରା, ତୁମୁଣି, ଭାଲିୟା ପାଲ ଦେଇ ଚମ୍ପତ୍ତି ମୁଣ୍ଡା ଜୀବନ ବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ନବକୃଷ୍ଣଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଚମ୍ପତ୍ତିମୁଣ୍ଡା ଜୀବନ ବିଦ୍ୟାଳୟକୁ ଗ୍ରାମୀଣ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି କରିଥିଲେ। ପରେ ବନ୍ତଳା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବନ୍ତଳା କଲେଜ ଦେଇ ହୁଲୁର୍ସିଂହା ହରୀମୌରି ଛକ ଦେଇ ମୁସଲିମ ଭାଇମାନେ ମସଜିଦ ଆଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଜାର ଛକ ପୂଜା କମିଟି, ଯଦୁନାଥ ସଂସ୍କୃତ କଲେଜ, ପତଞ୍ଜଳି ଯୋଗ ପୀଠ, ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରୁ ବାହାରି ଅନୁଗୁଳ ସ୍ୱୟଂ ସହାୟକ ମହାବିଦ୍ୟାଲୟ ଏନସିସି ଛାତ୍ର ଛାତ୍ରୀ ଓ କଲେଜର ଅଧ୍ୟାପକ ସ୍ବାଗତ କରିଥିଲେ। ବାଜିରାଉତ ଛାତ୍ରବାସରେ ଏହି ଯାତ୍ରା ସମାପନ ହୋଇଥିଲା।