ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ‘ପ୍ରଶାସନ ଗାଓଁ କି ଔର’ କର୍ମଶାଳା ଆୟୋଜିତ

By Angul TV Bureau

December 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି ସୁଶାସନ ସପ୍ତାହ ‘ପ୍ରଶାସନ ଗାଓଁ କି ଔର’। ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୫ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଜିଲ୍ଲାସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସଭାପତି ଜିଲ୍ଲାପରିଷଦ ବବିତା ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଅବସରପ୍ରାପ୍ତ ପ୍ରଶାସକ ଡା ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ସମସ୍ତ ସରକାରୀ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଗ୍ରାମାଞ୍ଚଳରେ କିପରିଭାବେ ସୁରୁଖୁରୁରେ ପହଞ୍ଚିପାରିବ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। କର୍ମଶାଳାରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବଦତ୍ତ ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।