ମୁଖ୍ୟ ଖବର

ପ୍ରତିମା ମିଶ୍ର ହେଲେ ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

By Angul TV Bureau

May 09, 2026

ଅନୁଗୁଳ: ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚାର ନୂଆ ସଭାନେତ୍ରୀ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି। ଏହି ନିଯୁକ୍ତି ପରେ ଜିଲ୍ଲା ମହିଳା ମୋର୍ଚ୍ଚା ମହଲରେ ଖୁସିର ଲହରୀ ଖେଳିଯାଇଛି। ପ୍ରତିମା ମିଶ୍ର ଜଣେ ଅଭିଜ୍ଞ ନାରୀ ନେତ୍ରୀ ଓ ସୁ-ସଂଗଠିକା। ସେ ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଆସିଛନ୍ତି।

ନୂତନ ଦାୟିତ୍ୱ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଏବଂ ଜିଲ୍ଲାର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ‘ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଂଗଠନକୁ ରାଜ୍ୟରେ ଏକ ନମ୍ବର କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଉଦ୍ୟମ କରିବି।’