ଅନ୍ୟାନ୍ୟ

ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ, ଯୋଗ ଦେଲେ ୨୦୦୦ ଗ୍ରାମବାସୀ

By Angul TV Bureau

November 10, 2025

ଅନୁଗୁଳ: ପୁରାଣ, ପୋଥି, ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଅନୁଗୁଳ ବ୍ଲକ ବଲାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରାବ ଗ୍ରାମବାସୀ ଦୁଇ ବର୍ଷ ହେଲା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏ ଅବସରରେ ଗ୍ରାମରେ ଥିବା ପାଲା ମଣ୍ଡପରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିବା ବେଳେ ମାଳିକା ପ୍ରଚାରକ ବାବା ଦିବାକର ଦାସ ମହାରାଜ ପ୍ରବଚନ ଦେଇଥିଲେ। ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରବଚନ ଶୁଣିବା ପାଇଁ ଆସିଥିଲେ। ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା। ଗ୍ରାମର ହେମନ୍ତ ପ୍ରଧାନ, ନିର ବେହେରା, ନାରଣ ସାହୁ, ଅରକ୍ଷିତ ସାହୁ ଓ ନବକିଶୋର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।