ମୁଖ୍ୟ ଖବର

କ୍ରେଜରେ ମହିନ୍ଦ୍ରା ଥାର୍ 5-ଡୋର୍, ଲଞ୍ଚ ହେବା ପୂର୍ବରୁ ହିଁ ପ୍ରି-ବୁକିଂ ଆରମ୍ଭ

By Angul TV Bureau

May 27, 2024

ଭୁବନେଶ୍ୱର: ଭାରତର ଏକ ଲୋକପ୍ରିୟ ଗାଡ଼ି ନିର୍ମାଣକାରୀ ସଂସ୍ଥା ହେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା। ନିକଟରେ କମ୍ପାନୀ ସୂଚନା ଦେଇଛି ଯେ ଥାର୍ 5-ଡୋର୍ ଲାଇଫଷ୍ଟାଇଲ୍, ଅଫ୍ ରୋଡ୍ ଏସୟୁଭି ୧୫ ଅଗଷ୍ଟ ୨୦୨୪ ରେ ସର୍ବଭାରତୀୟ ସ୍ତରରେ ଲଞ୍ଚ କରିବ। କିନ୍ତୁ ଲଞ୍ଚ ହେବା ପୂର୍ବରୁ ଏବେଠାରୁ କିଛି ମହିନ୍ଦ୍ରା ଡିଲରମାନେ ଏହି ମଡେଲ୍ ପାଇଁ ପ୍ରି-ବୁକିଂ ନେବା ଆରମ୍ଭ କରିଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ମହିନ୍ଦ୍ରା ଥାର 5-ଡୋରକୁ ତିନୋଟି ଇଞ୍ଜିନ୍ ଅପ୍ସନ ସହିତ ପ୍ରଦାନ କରାଯିବ, ଯେଉଁଥରେ ୨୦୩bhp, ୨.୦L ଟର୍ବୋ ପେଟ୍ରୋଲ,୧୭୫bhp, ୨.୨L ଡିଜେଲ ଏବଂ ୧୧୭bhp, ୧.୫L ଡିଜେଲ ଇଞ୍ଜିନ ଅନ୍ତର୍ଭୁକ୍ତ। ଏହି ସମସ୍ତ ପାୱାର୍ ଟ୍ରେନ୍ ଗୁଡିକ ୩-ଡୋର୍ ଥାରରେ ପୂର୍ବରୁ ଦେଖାଯାଇଛି। 5-ଡୋର୍ ଥାରର ପ୍ରଡକ୍ସନ-ରେଡି ମଡେଲର ନାମ ମହିନ୍ଦ୍ରା ଥାର ଆର୍ମଡା’ ହେବାର ସମ୍ଭାବନା ଅଛି। ଗ୍ରାହକମାନେ ଏହାକୁ ମାନୁଆଲ ଏବଂ ଅଟୋମେଟିକ ଗିୟରବକ୍ସ ସହିତ 2WD ଏବଂ 4WD ଡ୍ରାଇବ୍ରେନ୍ ସିଷ୍ଟମର ଅପ୍ସନରେ କିଣିପାରିବେ। ଏହି SUV ଲାଡର୍ ଫ୍ରେମ୍ ଚାସିସ୍ ଉପରେ ଆଧାରିତ ହେବ ଏବଂ ଏହାର ସସପେନ୍ସ ସେଟଅପ୍ ସ୍କର୍ପିଓ N ସହିତ ସେୟାର କରିବ । ଏହା ଫ୍ରିକେନ୍ସି-ଡିପେଣ୍ଡେଣ୍ଟ ଡ୍ୟାମ୍ପର ସହିତ ଏକ ୫-ଲିଙ୍କ୍ ସିଷ୍ଟମ୍ ମଧ୍ଯ ପାଇବ, ଯାହା ଏହାର ଅଫ୍ ରୋଡ୍ କ୍ଷମତାକୁ ବଢାଇଥାଏ ।

ଏହାର 3-ଡୋର୍ ଭର୍ସନ ତୁଳନାରେ ମହିନ୍ଦ୍ରା ଥାର ଆର୍ମଡା ଅଧୁକ ଫିଚର୍ସ ପାଇବାର ସମ୍ଭାବନା ଅଛି,ଯେପରିକି ସିଙ୍ଗଲ-ପେନ୍ ସନ୍ସରୁଫ୍, ଲେଦରେଟ ସିଟ୍ ଅପହୋଲଷ୍ଟ୍ର, ରିୟର ଏସି ଭେଣ୍ଟ୍, ପୁସ୍-ବଟନ୍ ଷ୍ଟାର୍ଟ,ଫ୍ରଣ୍ଟ ଏବଂ ରିୟର ସେଣ୍ଟର ଆର୍ମରେଷ୍ଟ ଏବଂ ୬ ଟି ଏୟାରବ୍ୟାଗ । ଡ୍ୟାସବୋର୍ଡର ଡିଜାଇନ୍ 3-ଡୋର୍ ଥାର ଠାରୁ ଭିନ୍ନ ହେବ, ଯେଉଁଥିରେ ଏକ ଇନଫୋଟେନ୍ମେଣ୍ଟ ସିଷ୍ଟମ ଏବଂ ଇନଷ୍ଟ୍ରିମେଣ୍ଟ କ୍ଲଷ୍ଟର ଭାବରେ କାର୍ଯ୍ୟ କରୁଥିବା ଫୁଲ୍ ଡିଜିଟାଲ୍ ଡୁଆଲ୍ ସ୍କିନ୍ ରହିବ। ଏଥିରେ ରିୟର ଡ୍ରମ୍ ବ୍ରେକ୍ ସ୍ଥାନରେ ଡିସ୍କ ବ୍ରେକ୍ ଦିଆଯିବ । ଏହା ବ୍ୟତୀତ ଏହା ୩୬୦-ଡିଗ୍ରୀ କ୍ୟାମେରା, ଡ୍ୟାସିକ୍ୟାମ୍ ଏବଂ ଫ୍ରଣ୍ଟ ପାକିଂ ସେନ୍ସର ସହିତ ମଧ୍ଯ ଲଞ୍ଚ ହେବାର ସମ୍ଭାବନା ଅଛି। ଏହାର ଟପ୍ ଟ୍ରିମ୍ ଫୁଲ୍ ଏଲଇଡି ଲାଇଟିଂ ଏବଂ ୧୯- ଇଞ୍ଚ ଡାଇମଣ୍ଡ-କଟ୍ ଅଲୋୟ ଚକ ସହିତ ଆସିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଉଛି।