ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ସହରରେ ଘରେ ପଶିଲା ପାଣି

By Biswaranjan Pattnaik

June 18, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅପରାହ୍ନରେ ଶନିବାର ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲା। ଜିଲ୍ଲାର ସମସ୍ତ ୮ ଗୋଟି ବ୍ଲକ୍ ଅଞ୍ଚଳରେ ଏହି ବର୍ଷା ହୋଇଛି। ଏହି ବର୍ଷ ଫଳରେ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି। ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ନର୍ଦ୍ଧୁମ ଛେଚିଲା ବର୍ଷା। ବର୍ଷା ଯୋଗୁଁ ସହରାଞ୍ଚଳରେ ନଗରପାଳିକାର ନଗ୍ନ ରୁପ ପଦାରେ ପଡ଼ିଥିଲା। ମୌସୁମୀ ପୂର୍ବରୁ ସହରାଞ୍ଚଳର ନାଳ ନର୍ଦ୍ଦମାକୁ ସଫାକରାଯାଇ ବର୍ଷାଜଳ ନିଷ୍କାସନ ପାଇଁ ପ୍ରସାଶସନ ପ୍ରସ୍ତୁ ରହିବାକୁ ବାରମ୍ବାର ତାଗିଦ କରାଯାଇଥିଲେ ହେଁ। ନଗରପାଳିକା ଏଥିପ୍ରତି ସଜାଗ ରହିନଥିଲେ। ଫଳରେ ହଠାତ ଶନିବାର ଏହି ପ୍ରାକ୍ ମୌସୁମୀ ବର୍ଷାରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ସହରର ରାଜକିଶୋରପଡ଼ା, ବ୍ରାହ୍ମଣିଦେଇପଡ଼ା, ହେମୁସୁରପଡ଼ା, ଲକିଟାଇପ ଛକ, ଶଙ୍କର ସିନେମା ରୋଡ଼, ଅମଲାପଡ଼ା ଆଦି ଅଞ୍ଚଳରେ ତଳି ଅଞ୍ଚଳରେ ଥିବା ଘର ଗୁଡ଼ିରେ ବର୍ଷାଜଳ ପଶିଯାଇଥିଲା। ସହରର ବିଭିନ୍ନ ଡ୍ରେନ୍ ଗୁଡ଼ିକ ସଫା କରାଯାଇନଥିବାରୁ ବର୍ଷାଜଳ ଡ୍ରେନ୍ରୁ ଉଛୁଳି ରାସ୍ତାରେ ବୋହିଥିଲା। ନର୍ଦ୍ଦମା ଜଳରେ ସରର ରାସ୍ତା ଜଳାର୍ଣ୍ଣବ ହୋଇଥିଲା। ଆଜି ଅନୁଗୁଳରେ ଅପରାହ୍ନ ୫ଟା ସୁଦ୍ଧା ୭୦ ମିଲି ମିଟର ବର୍ଷା ହୋଇଛି।