ଘଟଣା ଓ ଦୁର୍ଘଟଣା

ଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

By Angul TV Bureau

March 27, 2025

ଅନୁଗୁଳ: ଦେଢ଼ ବର୍ଷ ଭଲ ପାଇଲେ, ଲୁଚିକି ବିବାହ କଲେ। ଆଉ ଶାରୀରିକ ସମ୍ପର୍କ ପରେ ଫେରାର ହୋଇଗଲା ପ୍ରେମିକ। ଏବେ ଗର୍ଭବତୀ ପ୍ରେମିକା ପ୍ରେମିକଙ୍କୁ ପାଇବାକୁ ଥାନା ଆଗରେ।

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାରେ ଘଟିଛି। ଯୁବତୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳର ହୋଇଥିବା ବେଳେ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳୀପୁରରେ। ଦୁହେଁ ଦୁହିଁଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ଯୁବକ ଜଣଙ୍କ ତାଙ୍କୁ ଅନେକ ସମୟରେ ବିବାହ ପ୍ରଲୋଭନ ଦେଖାଉଥିବା ବେଳେ ୧୦ ଦିନ ତଳେ ଏକ ମନ୍ଦିରରେ ବିବାହ କରି ନୂଆହତା ଅଞ୍ଚଳରେ ରହୁଥିଲେ। ବିବାହ ପୂର୍ବରୁ ଏବଂ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ଫଳରେ ପ୍ରେମିକା ଗର୍ଭବତୀ ଥିବା ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ୨୪ ତାରିଖ ଦିନ ଅନୁଗୁଳ ଯାଉଥିବା କହି ପ୍ରେମିକ ଜଣଙ୍କ ଆଉ ଘରକୁ ଆସି ନାହାନ୍ତି। ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ ସଫଳ ନ ହେବା ପରେ ଯୁବତୀ ଜଣଙ୍କ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।