ଅନ୍ୟାନ୍ୟ

ଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ‘ପ୍ରେମତରୁ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

By Angul TV Bureau

July 02, 2023

ଅନୁଗୁଳ: ଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ଆଜି ସ୍ଥାନୀୟ ପୋଲିସ ଟ୍ରେନିଂ କଲେଜ ଠାରେ ପ୍ରେମତରୁ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ତଥା ଡିଆଇଜି ଏନସିଆର ବ୍ରିଜେଶ କୁମାର ରାୟ ଯୋଗ ଦେଇ ଏକ ବୃକ୍ଷରୋପଣ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ସେ କହିଥିଲେ, ଗଛ ଲଗାଇବା ସହ ଏହାର ଯତ୍ନ ଓ ସୁରକ୍ଷା ପାଇଁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଭବିଷ୍ୟତ ପିଢ଼ି ପାଇଁ ଆମେ ଗଛ ଲଗାଇ ଏକ ସୁସ୍ଥ ଓ ସବୁଜ ସମାଜ ଗଠନ କରିବା। ଏହା ଆମ ଦାୟିତ୍ୱ ବୋଲି ସେ କହିଥିଲେ।

ସେହିପରି ମୁଖ୍ୟବକ୍ତା ରିଜିଓନାଲ ଚିଫ୍ ସୁଧାଂଶୁ ଶେଖର ଖୋର ଯୋଗ ଦେଇ କହିଥିଲେ, ବୃକ୍ଷର ବିକଳ୍ପ ନାହିଁ। ଅଙ୍ଗାରକାମ୍ଳ ଗ୍ୟାସର ମୁକାବିଲା ପାଇଁ ବ୍ୟାପକ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଅଛି।

କାର୍ଯ୍ୟକ୍ରମରେ ସତ୍ୟ ସାଇ ସଂଗଠନର ଓଡିଶା ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ୱରୂପ ପଟ୍ଟନାୟକ, ଅନୁଗୁଳ ଡିଏଫଓ ବିବେକ କୁମାର, ସତ୍ୟ ସାଇ ସଂଗଠନର ଜିଲ୍ଲା ସଭାପତି ଦୁର୍ଗା ପ୍ରସନ୍ନ ରଥ, ସୁଶାନ୍ତ ପଟ୍ଟନାୟକ, ବିପିନ ବିହାରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରେମତରୁ ପ୍ରକଳ୍ପର ଜିଲ୍ଲା ସଂଯୋଜକ ଦେବାଶିଷ ପଟ୍ଟନାୟକ ସଭା ପରିଚାଳନା କରିଥିଲେ।