ପ୍ରତିଭା ଓ ବ୍ୟକ୍ତିତ୍ୱ

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

By Biswaranjan Pattnaik

October 13, 2021

ଅନୁଗୁଳ: ବୁଧବାର ସକାଳେ ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣୟ କୁମାର ପ୍ରଧାନଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା। ବ୍ରେନ୍ ଟ୍ୟୁମର ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା। ଶେଷରେ ସେ ସବୁଦିନ ପାଇଁ ଆଖି ବୁଜି ଥିଲେ।ଜଣେ ଯୁବ ଡାକ୍ତର ଏବଂ ମେଳାପୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ବାସିନ୍ଦା ଏବଂ ଅନୁଗୁଳ ଓମସା ଶୋକ ବ୍ୟକ୍ତ କରିଛି।