ଅନ୍ୟାନ୍ୟ

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା, ବାହା ହେବାକୁ କରୁଛନ୍ତି ଜିଦ୍

By Sanjeeb Biswal

September 14, 2022

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣଲୋଇ ଗାଁରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ପ୍ରେମିକା। ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ପ୍ରେମିକ ମନା କରୁ ଥିବାରୁ ଗତ ରାତିରୁ ପ୍ରେମିକା ଆସି ତାଙ୍କ ଦୁଆରେ ବସିଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘ ୪ ରୁ ୫ ବର୍ଷ ଧରି ଉଭୟେ ରିଲେସନସିପରେ ଥିବା ବେଳେ ଏହା ଭିତରେ ଯୁବତୀଙ୍କ ପାଇଁ ଅନ୍ୟ ଆଡୁ ବାହାଘର ପ୍ରସ୍ତାବ ଆସିଲେ ତାକୁ ପ୍ରଶାନ୍ତ ଭାଙ୍ଗି ଦେଉଥିଲା।

କିନ୍ତୁ ଏବେ ପ୍ରଶାନ୍ତ ଆଉ ଧରା ଛୁଆଁ ଦେଉ ନାହିଁ। ଶାରୀରିକ ସମ୍ପର୍କ ରଖିବା ପରେ ଏବେ ସେ ବାହାଘର ହେବାକୁ ଏବେ ମନା କରୁଛି। ଏଥିପାଇଁ ଆଜି ଯୁବତୀ ଜଣଙ୍କ ଧାରଣାରେ ବସି ରହିବା ସହ ପ୍ରଶାନ୍ତକୁ ବାହା ହେବାକୁ ଜିଦ ଧରିଛନ୍ତି।