ଘଟଣା ଓ ଦୁର୍ଘଟଣା

ପ୍ରେମ ନିବେଦନକରି ନିସ୍ତୁକ ଛେଚା ଖାଇଲେ ଯୁବକ

By Swagatika Samantray

July 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ପ୍ରେମ ନିବେଦନ କରିବାକୁ ଯାଇ ଜଣେ ଯୁବକ ନିସ୍ତୁକ ଛେଚାଖାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଗୌତମ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାହୁ ଏକ ବାଇକ୍‌ରେ ୨୧ ତାରିଖ ରାତିରେ ପୁରୁଣାକୋଟ ଯାଇ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ କୌଶଳ କ୍ରମେ ପ୍ରେମିକାଙ୍କ ଘର ଆଟୁ ଉପରେ ରାତିରେ ରହିଥିଲେ। ତେବେ ଭୋର ସମୟରେ ସେଠାରୁ ବାହାରୁଥିବା ସମୟରେ ପ୍ରେମିକାଙ୍କ ପରିବାର ଲୋକ ଦେଖ୍ ପୂର୍ଣ୍ଣଙ୍କୁ ଏକ ଦଉଡ଼ାରେ ବାନ୍ଧି ନିସ୍ତୁକ ମାଡ଼ମାରିଥିଲେ। ଏହାପରେ ପୂର୍ଣ୍ଣଙ୍କ ବାପା ଗୌତମଙ୍କୁ ଖବର ଦିଆଯାଇଥିଲା। ୨୨ ତାରିଖ ସକାଳେ ଗୌତମ ସେଠାରେ ପହଞ୍ଚି ପୁଅକୁ ଉଦ୍ଧାରକରି ଆମ୍ବୁଲାନ୍ସରେ ପୁରୁଣାକୋଟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଏ ନେଇ ପ୍ରେମିକାଙ୍କ ମା ଓ ଗୌତମ ପୁରୁଣାକୋଟ ଥାନାରେ ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଅଭିଯୋଗପାଇ ପୁଲିସ ୨ଟି ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।