ମୁଖ୍ୟ ଖବର

ଅନୁଗୁଳରେ ୬ ଜିଲ୍ଲାସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ

By Angul TV Bureau

March 06, 2026

ଅନୁଗୁଳ: ସମଗ୍ର ଦେଶରେ ଜାରି ରହିଥିବା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସମସ୍ତ ମଣ୍ଡଳ ସ୍ତରରେ ପ୍ରଶିକ୍ଷିତ କରିବାକୁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସମ୍ପନ୍ନ ହୋଇଛି।

ଆସନ୍ତା ମାର୍ଚ୍ଚ ୮ ତାରିଖରେ ଆୟୋଜିତ ହେବାକୁ ଥିବା ବକ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏହି ବୈଠକରେ ଜିଲ୍ଲା ନେତୃମଣ୍ଡଳୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ସମେତ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ ଓ ଦେବଗଡ଼ ଭଳି ୬ଟି ଜିଲ୍ଲାର ବକ୍ତାମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିବେ। ଏଠାରେ ପ୍ରଶିକ୍ଷିତ ହେବା ପରେ ଏହି ବକ୍ତାମାନେ ବିଭିନ୍ନ ମଣ୍ଡଳ ସ୍ତରରେ ଆୟୋଜିତ ହେବାକୁ ଥିବା ଶିବିରଗୁଡ଼ିକରେ ଯୋଗଦେଇ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ଦକ୍ଷ କରିବା ପାଇଁ କାର୍ଯ୍ୟ କରିବେ।

ଉକ୍ତ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତିଙ୍କ ସମେତ କାର୍ଯ୍ୟକ୍ରମର ସଂଯୋଜକ ତଥା ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ସୁଦୀପ୍ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ଚୌଧୁରୀ ପ୍ରଧାନ, ବିଜୟ ମାଝୀ, ସସ୍ମିତା କରୁଆ, ଯଶୋବନ୍ତ ପ୍ରସାଦ ବେହେରା, ସରୋଜ ସାହୁ, ମୀରା ଗଡ଼ନାୟକ, ଗୋପାଳ ନାଏକ, ରୋଜାଲିନ ଦାସ ଓ ମିଲାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।