ମୁଖ୍ୟ ଖବର

ଶପଥ ପାଠ ଉତ୍ସବ ପାଇଁ ସଜେଇ ହେଲାଣି ଜନତା ମୈଦାନ

By Swagatika Samantray

June 08, 2024

ଭୁବନେଶ୍ୱର: ସୋମବାର ଅର୍ଥାତ ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ ଦଳ ବୈଠକ। ଏଥିରେ ନୂଆ ବିଧାୟକ ଦଳ ନେତା ଚୟନ କରାଯିବ। ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ଚେହେରା ଉପରେ ନଜର ରହିଛି । ତେବେ ବିଧାୟକ ଦଳ ବୈଠକରେ ଏନେଇ ଘୋଷଣା ହୋଇପାରେ।

ଜନତା ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଭୁବନେଶ୍ବର ପହଞ୍ଚିବେ। ସୋମବାର ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ହେବ। ଶପଥ ଗ୍ରହଣର ପ୍ରସ୍ତୁତି ନେଇ ତଦାରଖ କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ସରକାର ଗଠନ ନେଇ ନୂଆଦିଲ୍ଲୀରେ ଘନଘନ ବୈଠକ ଚାଲିଛି ।