ମୁଖ୍ୟ ଖବର

ଜୁନ ୨୬ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ୨୫କୁ କଳା ଦିବସ ପାଳିବ ବିଜେପି

By Angul TV Bureau

June 25, 2025

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଜୁନ ମାସ ୨୬ କୁ ଧୁମଧାମରେ ପାଳନ କରିବାକୁ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ଓ ଭବାନୀ ଜ୍ୟୋତିଷରାୟ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ରତ୍ନାକର ସାହୁ, ଗୋପବନ୍ଧୁ ଗଡ଼ନାୟକ, ବିଜୟ ମାଝୀ, ବିଶ୍ୱରଂଜନ ପ୍ରଧାନ, ବସନ୍ତ ଦାସ, ଦିଲ୍ଲୀପ ଦାସ, ଅକ୍ଷୟ ପାଦ ବେହେରା, ଚିତ୍ତରଞ୍ଜନ ମେହେର, ବିଶ୍ୱଜିତ ମିଶ୍ର, ପ୍ରହଲ୍ଲାଦ ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ଏ ଅବସରରେ ଜୁନ ୨୫କୁ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂରଣ ଲାଗି କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ସମଗ୍ର ଜିଲ୍ଲାରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ମଣ୍ଡଳରେ ବୃକ୍ଷରୋପଣ, ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର, ମନ୍ଦିରରେ ସାମୂହିକ ପୂଜାର୍ଚ୍ଚନା ଆଦି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବ୍ରାହ୍ମଣୀ ମଣ୍ଡଳରେ ମଣ୍ଡଳ ସଭାପତି ଅଜୟ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କଙ୍କିଳି ପଞ୍ଚାୟତରେ ବୃକ୍ଷରୋପଣ, ଧରମପୁର ପଞ୍ଚାୟତରେ ବାବା କୁଶଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା, ବ୍ରଜନାଥପୁର ପଞ୍ଚାୟତରେ ଅବସ୍ଥିତ ଗୋଡ଼ିବନ୍ଧ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ୩୧ଟି ମଣ୍ଡଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଜୋନାଲ ମିଡିଆ ସେଲ୍ ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି।