ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତିତମ ବାସନ୍ତୀ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକର ପ୍ରସିଦ୍ଧ କାରିଗର ଶିତନ୍ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ମୂର୍ତ୍ତି ତିଆରି କରୁଛନ୍ତି। ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ମା’ଙ୍କ ବିଲ୍ୱବରଣ, ଅଧିବାସ, ସନ୍ଧ୍ୟାରେ ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୫ ତାରିଖ ଦିନ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଅପରାହ୍ନରେ ବାଳିକା କବାଡି ଓ ପରେ ସାଂସ୍କୃତିକ ବିଚିତ୍ରା ଓ ମହାସପ୍ତମୀ ପୂଜା, ୨୬ ତାରିଖ ଦିନ ମହାଷ୍ଟମୀ ପୂଜା, ଅପରାହ୍ନରେ ମାର୍ଶାଲ ଆର୍ଟ ପ୍ରଦର୍ଶନ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୭ ତାରିଖ ଦିନ ମହାନବମୀ ପୂଜା, ନବ କୁମାରୀ ପୂଜା, ପୂର୍ବତନ ସୈନିକ ସଂଘ ଓ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ ସନ୍ଧ୍ୟାରେ ସାମୂହିକ ଦାଣ୍ଡିଆ ଅନୁଷ୍ଠିତ ହେବ।
୨୮ ତାରିଖ ଦିନ ପୂର୍ଣ୍ଣାହୁତି, ଘଟ ବିସର୍ଜନ ସନ୍ଧ୍ୟାରେ ମେଲୋଡି ଓ ୨୯ ତାରିଖ ଦିନ ଭସାଣି ସମାରୋହ ଅନୁଷ୍ଠିତ ହେବ।ପୂଜା ସମୟରେ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପିଲାଙ୍କ ପାଇଁ ଦୋଳି, ଫନ୍ ପ୍ଲେ, ଫୁଡ୍ ଷ୍ଟଲ୍ ଏବଂ କମିଟି ପକ୍ଷରୁ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିବ। କମିଟିର ୨୦ ବର୍ଷର ସ୍ମୃତିରେ ଫଟୋ ପ୍ରଦର୍ଶନୀ ମଧ୍ୟ ରହିବ ବୋଲି କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୂପ କୁମାର ମହାନ୍ତି,ଉପ ସଭାପତି ଯତୀନ ସେଠୀ, ସହ-ସମ୍ପାଦକ ଗୋପାଳ ରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ ତାପସ ରଞ୍ଜନ ରାୟ,ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି।