ଅନ୍ୟାନ୍ୟ

ପିଏମ୍‌ଶ୍ରୀ ରାଧାମାଧବ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି: ବିଦ୍ୟାଳୟର ଉନ୍ନତି ଓ ଉତ୍ସବ ଆୟୋଜନ ଉପରେ ଗୁରୁତ୍ୱ

By Angul TV Bureau

October 20, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହିସ୍ଥିତ ପିଏମ୍‌ଶ୍ରୀ ରାଧାମାଧବ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନକୁ ନେଇ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମବାସୀ ଓ ସୁବର୍ଣ୍ଣ ଜୟନ୍ତୀ କମିଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି ବୈଠକରେ ଉତ୍ସବକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ପାଇକସାହି ସରପଞ୍ଚ ନିରୋଜକାନ୍ତ ସାହୁ, ସାପଘରା ସରପଞ୍ଚ କୈଳାଶ ଚନ୍ଦ୍ର ସାହୁଙ୍କ ସମେତ ଅନିଲ କୁମାର ପ୍ରଧାନ, ଶ୍ରୀକାନ୍ତ ରାଉତ, ଉମାକାନ୍ତ ପ୍ରଧାନ, ରମଣୀରଞ୍ଜନ ପ୍ରଧାନ, ବିବେକାନନ୍ଦ ପ୍ରଧାନ, ସଞ୍ଜୀବ ନାୟକ, ବିଜୟ କୁମାର ବେହେରା, ପ୍ରକାଶ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ବହୁ ଅଞ୍ଚଳବାସୀ ଯୋଗ ଦେଇଥିଲେ।

ବୈଠକରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଧୁମ୍‌ଧାମରେ ପାଳନ କରିବା ସହ ବିଦ୍ୟାଳୟର ଭିତ୍ତିଭୂମି ଓ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍ସବ ପାଇଁ ଏକ ଉନ୍ନତମାନର ପେଣ୍ଡାଲ ନିର୍ମାଣ ନିମନ୍ତେ ପ୍ରଶାସନକୁ ଅବଗତ କରାଇବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏଥିସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବ୍ୟାଚ୍‌ ଅନୁଯାୟୀ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମସ୍ତଙ୍କ ସହଯୋଗରେ ଉତ୍ସବକୁ ସ୍ମରଣୀୟ କରିବା ସହ ବିଦ୍ୟାଳୟର ଗୌରବମୟ ଯାତ୍ରାକୁ ଉଜ୍ଜ୍ୱଳ କରିବା ଦିଗରେ କମିଟି ପ୍ରୟାସ ଜାରି ରଖିଛି।